ବିବାହର ୩ ବର୍ଷ ପରେ ଅଲଗା ହେବେ ଐଶ୍ଵର୍ଯ୍ୟା-ନୀଲ ? ଚର୍ଚ୍ଚାରେ ଛାଡପତ୍ର ଖବର…

Published By : Prameya-News7 Bureau | June 30, 2025 IST

ମୁମ୍ଵାଇ ୩୦।୦୬; ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଶୋ’ର ସେଟ୍‌ରେ ଥାଇ ପ୍ରେମରେ ପଡ଼ିଛନ୍ତି ଏବଂ ପରେ ବିବାହ କରିଛନ୍ତି । ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି। କିନ୍ତୁ ଏହି ଲୋକପ୍ରିୟ ଟିଭି ଅଭିନେତ୍ରୀ ତାଙ୍କ ଅନ୍‌ସ୍କ୍ରିନ୍ ଦିଅରଙ୍କ ପ୍ରେମରେ ପଡ଼ିଥିଲେ ଆଉ ବିବାହ କରିଥିଲେ। ବର୍ତ୍ତମାନ କିନ୍ତୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି। ସେ ହେଲେ ‘ଗୁମ୍ ହୈ କିସି କେ ପ୍ୟାର୍ ମେଁ’ ଫେମ୍ ଐଶ୍ୱର୍ଯ୍ୟା ଶର୍ମା, ଯିଏ ତାଙ୍କ ଅନ୍‌ସ୍କ୍ରିନ୍ ଦିଅର୍ ନୀଲ୍ ଭଟ୍ଟଙ୍କ ପ୍ରେମରେ ପଡ଼ିଯାଇଥିଲେ।ଯେତେବେଳେ ଏହି ଅଭିନେତ୍ରୀ ବାସ୍ତବ ଜୀବନରେ ନୀଲ୍ ଭଟ୍ଟଙ୍କୁ ବିବାହ କରିଥିଲେ। ଲୋକମାନେ ରାଗି ଯାଇଥିଲେ। ସେତେବେଳେ ଐଶ୍ୱର୍ଯ୍ୟା ଏବଂ ନୀଲଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା।

ଐଶ୍ୱର୍ଯ୍ୟା ସେଟ୍‌ରେ ନୀଲ ଭଟ୍ଟଙ୍କୁ ଭେଟିଥିଲେ, ଦୁହେଁ ସେଟ୍‌ରେ ଏକାଠି ସମୟ ବିତାଉଥିଲେ। ଧୀରେ ଧୀରେ ସେମାନେ ବନ୍ଧୁ ହେଲେ କିନ୍ତୁ, ଦୁହେଁ ଜାଣି ନଥିଲେ ଯେ ସେମାନେ କେତେବେଳେ ପ୍ରେମରେ ପଡିଗଲେ। ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେ କେହି ଜାଣି ନ ଥିଲେ। ୨୦୨୧ ମସିହାରେ, ଅଭିନେତ୍ରୀ ନୀଲ ଭଟ୍ଟଙ୍କ ସହ ନିର୍ବନ୍ଧ ହୋଇଥିଲା। ପରେ ବିବାହ କରିଥିଲେ।

ଐଶ୍ୱର୍ଯ୍ୟା ଶର୍ମାଙ୍କୁ ସଲମାନ ଖାନଙ୍କ ଶୋ' ବିଗ୍ ବସ୍‌ରେ ନୀଲ ଭଟ୍ଟଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଶୋ'ରେ ଉଭୟ ବହୁତ ଝଗଡ଼ା କରିଥିଲେ। ତାଙ୍କ ଫ୍ୟାନ୍ସ ଏହାକୁ ନେଇ ଖୁବ୍‌ ଚିନ୍ତାରେ ଥିଲେ କି ଉଭୟଙ୍କର ଛାଡପତ୍ର ନ ହେଉ । ହେଲେ ଏବେ କିଛି ଦିନ ଧରି ସେମାନଙ୍କ ଛାଡପତ୍ରର ଖବର ଆସୁଛି। ଏ ସମ୍ପର୍କରେ ଅଭିନେତ୍ରୀ କହିଛନ୍ତି ଯେ ସୁଟିଂ ଯୋଗୁଁ ଉଭୟଙ୍କୁ ଅଲଗା ରହିବାକୁ ପଡୁଛି। ଏହା କେତେ ଦୂର ସତ ତାହା ଆଗକୁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.